Lyrics: Saroj Pattanayak
Music: Goodly Rath
ଧୀରେ ଧୀରେ ଧୀରେ, ଗୁଣୁ ଗୁଣୁ ହୁଏ, କାହା ପାଇଁ ମୁଁ ଏତେ
ଯେବେଠୁଁ ଆସିଛ ମୋ ଜୀବନରେ , ସରଗର ପରି ତୁମେ
ଦିନ ସରିଯାଏ, ରାତି ପାହିଯାଏ , ଜାଣେ ନାହିଁ ମୁଁ କେବେ
ଯେବେଠୁ ଆସିଛ ମୋ ଜୀବନରେ , ସପନର ସାଥୀ ତୁମେ
ଗୁଞ୍ଜି ଉଠେ ପ୍ରତିଧ୍ଵନିରେ, ପାହାଡ଼ ବନଲତା
ଡାକେ ଯେବେ ଥରକୁ ଥର, ତୁମକୁ ପ୍ରିୟତମା
ଉଙ୍କି ମାରେ ଚିକିମିକି ହେଇ, ଆକାଶରେ ତାରା
ଆସେ ଯେବେ ଶୂନ୍ୟ ଆକାଶେ, ଛପି ଛପି ଚନ୍ଦ୍ରମା
ସ୍ବପ୍ନ ସତ ଲାଗେ ମନେମନେ କହେ, ଭଲପାଏ ମୁଁ କେତେ
ଯେବେଠୁ ଆସିଛ ମୋ ଜୀବନରେ , ଚାନ୍ଦିନୀର ରାତି ତୁମେ