Lyrics: Sthita Pattnaik Music: Gaurav Anand M~ତୋର ମୋର ଆଖି ହଉଚି କଥା ଚୁପ୍ ଚାପ୍ ଏଇ ଭିଡ ଭିତରେ କେହି ଶୁଣେନିରେ ଏ ନୀରବତା କେହିବି ତ ବୁଝେନା F~ତୁ ଦୀପ ହେଲେ ମୁଁ ତୋ ସଳିତା ଜଳୁଥିବି ସଦା ତୋ ଭିତରେ ଖୁସିରେ ଭିଜେରେ ଏ ଆଖି ପତା କାଇଁ ଜାଣେନା... M~ମିଛ ହସ ସତ କୋହରେ ଖୁଚୁରା ଏ କିଛି ସ୍ବପ୍ନ ରେ
ଆଂକିଦେ ତୋ ହୃଦୟ କୁ ଏ ମୋ ଛାତିରେ...
M~ତୋର ମୋର ଆଖି ହଉଚି କଥା ଚୁପ୍ ଚାପ୍ ଏଇ ଭିଡ ଭିତରେ F~ତୁ ଦୀପ ହେଲେ ମୁଁ ତୋ ସଳିତା ଜଳୁଥିବି ସଦା ତୋ ଭିତରେ
F~ଯେତେ ଆଖି ସେତେ ଏଠି ପ୍ରଶ୍ନ ଏ ଦୁନିଆକୁ କହ କିଏ ବା ଡରେ M~ହୃଦୟର ଗତି ଆପେ ଆପେ ବଢେ ତୋ ପାଦର ଶବଦ ଯେବେ ମୁଁ ଶୁଣେ F~ଏ ମୋ ହାତରେଖାରେ ଅବିରରେ ସିନ୍ଦୁରରେ ସବୁଠି ମୁଁ ତତେ ହି ଖାଲି ଖୋଜେରେ
M~ଆଂକିଦେ ତୋ ହୃଦୟ କୁ ଏ ମୋ ଛାତିରେ....
M~ତୋର ମୋର ଆଖି ହଉଚି କଥା ଚୁପ୍ ଚାପ୍ ଏଇ ଭିଡ ଭିତରେ F~ତୁ ଦୀପ ହେଲେ ମୁଁ ତୋ ସଳିତା ଜଳୁଥିବି ସଦା ତୋ ଭିତରେ
M~ଖର୍ଚ୍ଚ କରି ଏ ଜୀବନ କୁ କିଣି ନେବି ଏ ମୁହୁର୍ତ୍ତ ସବୁ F~ଆଜି ଅଛି ଯିଏ କାଲି ବୋଧେ ନାହିଁରେ ଭରଷା ଭାସିଯାଏ ସମୟ ଢେଉରେ
M~ତୋ ପାଦରେ ପାଦଥାପି ଚାଲିଯିବି ମୁଁ ଏମିତି ରହିଯିବି ସଦା ତୋ ସ୍ମୃତିରେ
ଆଂକିଦେ ତୋ ହୃଦୟ କୁ ଏ ମୋ ଛାତିରେ...
M~ତୋର ମୋର ଆଖି ହଉଚି କଥା ଚୁପ୍ ଚାପ୍ ଏଇ ଭିଡ ଭିତରେ F~ତୁ ଦୀପ ହେଲେ ମୁଁ ତୋ ସଳିତା ଜଳୁଥିବି ସଦା ତୋ ଭିତରେ