Lyrics: Saswat Parida
Music: Satya Brat
ଏଇ ପୁଣ୍ୟ ଉତ୍କଳ ଭୁଇଁ
ତୁମ ଦିବ୍ୟ ସ୍ପର୍ଷ ପାଇବା ପାଇଁ
କେତେ କାଳ କେତେ ଯୁଗ ରହିଥିଲା ଚାହିଁ
ତୁମେ ଆସିଲ ହେ ସାଇଁ
ତୁମ ବିନା ଶୂନ୍ୟ ଥିଲା ସବୁ ଧାମ ଦେବାଳୟ
ଆସିଲ ହେ ପ୍ରଭୁ ନାଥ ଲଙ୍ଘି ମନ ଦିଗବଳୟ
ହୃଦ ସରସୀରେ କାଇଁ ଆଜି ଆସେ ଉଦ୍ବେଳ
ରିପୁ ଗଣ ନିୟନ୍ତ୍ରିତ ପ୍ରୀତିରେ ବିଲୟ
ତୁମ ରଙ୍ଗେ ଆଜି ରଙ୍ଗେ ଭୁବନ
ତୁମ ଗୀତ ଗାଏ ଆଜି ଫଗୁଣ
ତୁମ ପ୍ରୀତି ସୁଖକୁ ନେଇ
(ତୁମେ) ଆସିଲ ହେ ସାଇଁ
ତୁମ ନାମ ଅଭିମନ୍ତ୍ରେ ଜାଗେ ନବ ଜାଗରଣ
ଦୁଃଖ କ୍ଳେଶ ଯାଏ ହଜି ଉଲ୍ଲସିତ ତନୁ ମନ
ହୃଦୟରେ ସାଇତିଛ ଅନାବିଳ ସ୍ନେହ ପ୍ରେମ
ଆନନ୍ଦର ଉତ୍ସ ତୁମେ ପ୍ରେମମୟ ପ୍ରିୟତମ
ତୁମେ ନିରାକାର ତୁମେ ସାକାର
ତୁମେ ଅଧିଶ୍ୱର ସାରା ବିଶ୍ୱର
ସୁରଭିତ ସୁଖର ନଈ
(ତୁମେ) ଆସିଲ ହେ ସାଇଁ