Lyrics: Saswat Parida Music: Satya Brat ପୁରୁଷୋତ୍ତମଙ୍କ ଆଗମନୀ ବାର୍ତ୍ତା ଦେବା ଆସ ପ୍ରତି ଘରେ ଘରେ ଆସିଛନ୍ତି ହରି ନୀଳାଚଳ ପୁରୀ କୀର୍ତ୍ତନର ନବ ସୁରେ
ସୁସଜ୍ଜିତ ରଥେ ଶ୍ୱେତ ପଦ୍ମ ପୁଷ୍ପେ ବିରାଜ ରାଜଧୀରାଜ ଉନ୍ମାଦ ଭରେ ଶୁଷ୍କ ତରୁରେ ନାଚେ ଚରାଚର ବିଶ୍ୱ ତୁମ ସାଥେ ଆସେ ମଳୟ ପବନ ଭରି ପ୍ରୀତି ମାଦକତା ପୁରପଲ୍ଲୀ ଆଜି ଲାଗେ ଫଗୁ ଫଗୁ ଗାଏ ତୁମ ଜୟ ଗାଥା।
ଭଗ୍ନ କୋଣାର୍କ ଆଜି ସ୍ତମ୍ଭିଭୂତ ଦେଖି ବିମୋହନ ରୂପ ନୀରବତା ଭାଙ୍ଗେ ପୁଣି ଶାନ୍ତି ସ୍ଥୂପ ଗୀତ ଗାଏ ଉପଗୁପ୍ତ ମହୋଦଧୀ ଝୁରେ ତୁମ ପଦ ସ୍ପର୍ଶ ଝୁରେ ଯେ ସାକ୍ଷୀଗୋପାଳ ମନେ ପଡ଼ିଗଲା କିବା ସେଇ କଥା ? ଆସିଲ କି ଉତ୍କଳ !!!
ତୁମ ଆଗମନେ ଗୋବର୍ଦ୍ଧନ ପୁରୀ ନାଚେ ଆଜି ଢଳି ଢଳି ହୃଦୟେ ଜଳାଇ ପ୍ରୀତିର ଦୀପାଳି ଜଣାଏ ସେ ପ୍ରେମାଞ୍ଜଳି ଶତାଦ୍ଦୀର ଶ୍ରଦ୍ଧାଞ୍ଜଳି.. ଶତାଦ୍ଦୀର ଶ୍ରଦ୍ଧାଞ୍ଜଳି ଶତବାର୍ଷିକୀ ମହୋତ୍ସବେ ଆଜି ଜଣାଉଛୁ ଶ୍ରଦ୍ଧାଞ୍ଜଳି ଶତାଦ୍ଦୀର ଶ୍ରଦ୍ଧାଞ୍ଜଳି.. ଶତାଦ୍ଦୀର ଶ୍ରଦ୍ଧାଞ୍ଜଳି